ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୯ଟି ନୂଆ ଥାନା କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୧ଟି ଜିଲ୍ଲାରେ ୨୯ଟି ନୂଆ ଥାନାର ସୋମବାର ଲୋକାର୍ପଣ କରିଛନ୍ତି । ଏହି ନୂଆ ଥାନା ସହ ରାଜ୍ୟରେ ମୋଟ ଥାନା ସଂଖ୍ୟା ୭୦୮କୁ ବୃଦ୍ଧି ପାଇଛି । ଏଥିରେ ମେରାଇନ୍ ଓ ଏନର୍ଜି ଥାନା ମଧ୍ୟ ସାମିଲ ଅଛି। ମିଳିଥିବା ସୂଚନା ଅନୁସାରେ, ୨୯ଟି ଫାଣ୍ଠିକୁ ନୂଆ ଥାନା ଭାବେ ଉନ୍ନୀତ କରାଯାଇଛି । ଏଥିରେ ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆସାହିରେ ଥିବା ପାଣ୍ଠିକୁ ମୈତ୍ରୀବିହାର ଥାନା ଭାବେ ଉନ୍ନୀତ କରାଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର, ରାୟଗଡ଼ାର ରାମନାଗୁଡ଼ା, ଯାଜପୁରର ଅଲାକୁଣ୍ଡା ଓ ବ୍ରହ୍ମବରଦା, ଖୋର୍ଦ୍ଧାର ନାଚୁଣୀ, ସୁବର୍ଣ୍ଣପୁରର ଲଚ୍ଛିପୁର, ପୁରୀର ଚାରିଛକ, ଅନୁଗୁଳର ବାଗେଡ଼ିଆ, ଗୋଲାପପ୍ରସାଦ, ଢେଙ୍କାନାଳ ମହାବୀର ରୋଡ୍ , ଝାରସୁଗୁଡ଼ାର ଏୟାରପୋର୍ଟ ଥାନା, ମୟୂରଭଞ୍ଜର ଭଞ୍ଜପୁର ଥାନା, କେନ୍ଦ୍ରାପଡ଼ାର ଚଉଦାକୁଲାଟ ଓ କୁଦାନଗିରି, ଦେବଗଡ଼ର ଲାମୁରା, ନବରଙ୍ଗପୁରର ମୈଦାଲପୁର, କଟକର ମାଣିଆବନ୍ଧ, ଜୁଡୁମ, ଭଦ୍ରେଶ୍ୱର, କୋରାପୁଟର ସୁନକୀ, ବଲାଙ୍ଗିରର ଆଗଲପୁର , ବାଲେଶ୍ୱରର ଗୋପାଳପୁର, କଳାହାଣ୍ଡିର କଲାମପୁର, ଗଞ୍ଜାମର ବେଗୁନିଆପଡ଼ା, କୋଟିନାଡା, ସମ୍ବଲପୁରର ବରେଇପାଲ୍ଲୀ , ବ୍ରହ୍ୱପୁରର ନିମଖଣ୍ଡି ଓ ବୌଦ୍ଧର ଘଂଟାପଡ଼ା ପୋଲିସ ଫାଣ୍ଠି ଥାନାକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଥାନାରେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ମହିଳା ଓ ଶିଶୁ ଡେସ୍କ ମଧ୍ୟ ରହିଛି। ସମସ୍ତ ଥାନାକୁ ମୁଖ୍ୟମନ୍ତ୍ରୀ ଏକସଙ୍ଗେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ସୂଚନାଯୋଗ୍ୟ, ଗତ ୨୦୨୨ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ୩୬ଟି ଥାନାର ଲୋକାର୍ପଣ କରିଥିଲେ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..