ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁର ଅଞ୍ଚଳରେ ଉଡ଼ିଲା ଡ୍ରୋନ୍ | ବୁଧବାର ସକାଳେ ଜମ୍ମୁର କାଲୁଚାକ୍, ମିରାନ୍ ସାହେବ ଏବଂ କୁଞ୍ଜୱନୀରେ ୩ଟି ଡ୍ରୋନ୍ ଦେଖିବାକୁ ମିଳିଛି । ତେବେ ଭାରତୀୟ ସୀମାରେ ଡ୍ରୋନ୍ ଉଡ଼ିବା ପରେ ଆର୍ଲଟରେ ଭାରତୀୟ ସେନା । ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାହାନ୍ତା ପ୍ରାୟ ୪.୪୦ ମିନିଟ୍ରେ କାଲୁଚକରେ ଗୋଟାଏ ଅଜ୍ଞାତ ଡ୍ରୋନ୍ ଉଡୁଥିଲା। ପାହାନ୍ତ ୪.୫୨ ମିନିଟ୍ରେ ଜମ୍ମୁର କୁଞ୍ଜୱାନି ଅଞ୍ଚଳରେ ଥିବା ବାୟୁସେନା ଷ୍ଟେସନ୍ ସିଗ୍ନାଲ୍ ପାଖରେ ଅନ୍ୟ ଏକ ଉଡ଼ନ୍ତା ଡ୍ରୋନ୍ ଦେଖାଯାଇଥିଲା। ପ୍ରତିରକ୍ଷା କଡାକଡି ଅଞ୍ଚଳ ନିକଟରେ ଏହି ଡ୍ରୋନ୍ ସବୁ ଉଡୁଥିବା ଲକ୍ଷ୍ୟ କରାଯାଉଛି। ସୂଚନାଯୋଗ୍ୟ, ଗତ ଚାରିଦିନ ହେବ ଜମ୍ମୁ ଅନ୍ତର୍ଗତ ସାମରିକ ଛାଉଣିଗୁଡ଼ିକ ନିକଟରେ ଅନ୍ୟୂନ ୭ଟି ଡ୍ରୋନ୍ ଉଡୁଥିବା ଦେଖାଗଲାଣି। ଜୁନ୍ ୨୭ ତାରିଖ ଦିନ ଦୁଇଟି ଡ୍ରୋନ୍ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ୍ରେ ଦୁଇଟି ବୋମା ଫିଙ୍ଗିଥିଲେ। ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ସାମରିକ ଆଡ୍ଡା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ପ୍ରଥମ ଡ୍ରୋନ୍ ଆକ୍ରମଣ। ଏହାର ଦିନକ ପରେ ମଧ୍ୟ ଭାରତୀୟ ବାୟୁସେନା କାଲୁଚକ ସାମରିକ ଛାଉଣି ପାଖରେ ଉଡୁଥିବା ଦୁଇଟି ଡ୍ରୋନ୍ ଉପରକୁ ଗୁଳି ଚଳାଇଥିଲା। ମଙ୍ଗଳବାର ରାତି ୨.୩୦ରେ ମଧ୍ୟ ଜମ୍ମୁସ୍ଥିତ ସୁଞ୍ଜ୍ୱାନ୍ ସାମରିକ ଛାଉଣି ସମେତ ତିନୋଟି ସ୍ଥାନରେ ଗୋଟିଏ ଡ୍ରୋନ୍ ଉଡୁଥିଲା।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..