Report Card Odisha

| Daily Odia News

ନୂଆପଡ଼ାରେ ବୁଲୁଛି ବାଘ….

ରିପୋର୍ଟ କାର୍ଡ / ନୂଆପଡା

ସୁନାବେଡା ଅଭୟାରଣ୍ୟର ଗଡଗଡା ଅଞ୍ଚଳରେ ପୁଣି ବାଘ ଦେଖିବାକୁ ମିଳିଛି । ଜିଲ୍ଲା ଉଦ୍ୟାନ ବିଭାଗର କର୍ମଚାରୀ ସୁନାବେଡାର ଏକ ତାଲିମ ଶିବିରକୁ ଯାଇ ଫେରୁଥିବାବେଳେ ସେମାନଙ୍କ କ୍ୟାମେରାରେ ବାଘଟି କଏଦ୍ ହୋଇଛି । ଦାଥୁନାମା ସେକ୍ସନର ପାଟଦରହା PRFର ଗଡ଼ଗଡା ଗାଁ ନିକଟରେ ଏହି ବାଘକୁ ଦେଖିବାକୁ ମିଳିଥିଲା। ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ କିଛି ଦିନ ପୂର୍ବରୁ ଗଜପତି ଜିଲ୍ଲାରେ ମଧ୍ୟ ବାଘ ବୁଲୁଥିବା ଦେଖାଯାଇଥିଲା । ମୋହନା ବ୍ଲକ ମଳାସପଦର ପଞ୍ଚାୟତରେ ବାଘକୁ ନେଇ ଲୋକେ ଭୟଭୀତ ଥିଲେ ।

Breaking News