ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ଦ୍ଧାରିତ କାର୍ଯ୍ୟସୂଚୀକୁ ବାତିଲ କରି ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସାଂସଦମାନେ ଗୃହରେ ପ୍ରତିବାଦ କରିବା ସମୟରେ ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଗିଦ କରିଛନ୍ତି। ଧନଖଡ଼ ବିରୋଧୀଙ୍କ ଏହି ପ୍ରସ୍ତାବକୁ ମଞ୍ଜୁର ନକରିବାରୁ ସେମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ଆପ୍ ସାଂସଦ ରାଘବ ଚଢ଼ା ଠିଆ ହୋଇ ପଏଣ୍ଟ ଅଫ୍ ଅର୍ଡର ଉଠାଇଥିଲେ। ହାତରେ ଇଙ୍ଗିତ କରି ସେ ଏହା କରିଥିଲେ। ତେବେ ଚଢ଼ାଙ୍କ ଏଭଳି ଇଙ୍ଗିତକୁ ଧନଖଡ଼ ପ୍ରତିବାଦ କରିଥିଲେ। ସେ କହିଥିଲେ ମିଃ ଚଢ଼ା, ଏପରି କରନାହିଁ। ଯଦି କିଛି କହିବାକୁ ଚାହୁଛ ତା’ହେଲେ ପାଟି ବ୍ୟବହାର କର। ହାତରେ କିଛି ଇଙ୍ଗିତ କରନାହିଁ। ଏବେ ତୁମକୁ ଅନେକ କିଛି ଶିଖିବାର ଅଛି। ଏହା ଜଣାପଡ଼ୁଛି ଯେ ତୁମେ ଶୀଘ୍ର ନାଚିବ। ଆସନରେ ଶାନ୍ତ ଭାବେ ବସ। ପୂର୍ବରୁ ଗୃହ ଦ୍ବାରା ତୁମେ ଦଣ୍ଡିତ ହୋଇ ସାରିଛ ବୋଲି ଧନଖଡ଼ କହିଥିଲେ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..