ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ‘ବିଜୟ ଦିବସ’ | ୧୯୭୧ ମସିହା ଡିସେମ୍ବର ୧୬ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ପାକିସ୍ତାନକୁ ପରାସ୍ତ କରି ଏକ ସ୍ୱତନ୍ତ୍ର ଦେଶ ବାଂଲାଦେଶ ଗଢିବାରେ ସଫଳ ହୋଇଥିଲେ ଭାରତୀୟ ସୈନ୍ୟ। ଆଉ ଏହି ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନ୍ୟଙ୍କ ଆତ୍ମସମର୍ପଣ କରିଥିଲେ । ସୈନ୍ୟଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୬କୁ ଭାରତ ପାଳୁଛି ‘ବିଜୟ ଦିବସ’। ଆଜି ‘ବିଜୟ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନ୍ୟମାନଙ୍କ ସାହସିକତା ଏବଂ ନିଷ୍ଠା ଦେଶର ଗୌରବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ବୀର ଯବାନଙ୍କ ଅଦମ୍ୟ ସାହସ ଏବଂ ସେମାନଙ୍କ ବଳିଦାନ ଚିର କାଳ ପାଇଁ ଦେଶବାସୀଙ୍କ ହୃଦୟରେ ଏବଂ ଆମ ଇତିହାସରେ ଲିପିବଦ୍ଧ ହୋଇ ରହିବ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଏହି ନାୟକଙ୍କ ଅଦମ୍ୟ ସାହସକୁ ସଲାମ୍ କରୁଛି ଏବଂ ସେମାନଙ୍କୁ ମନେ ପକାଉଛି। ଆଜି, ‘ବିଜୟ ଦିବସ’ରେ, ଆମେ ୧୯୭୧ରେ ଭାରତକୁ ବିଜୟ ଭେଟି ଦେଇଥିବା ସମସ୍ତ ସାହସୀ ବୀରମାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……