ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦ ମଧ୍ୟକୁ କିଛି ଯୁବକ ପଶି ହଙ୍ଗାମା କରିବା ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କହିଛନ୍ତି, ସଂସଦ ସୁରକ୍ଷା ବ୍ୟବସ୍ଥାରେ ଏପରି ଏକ ବଡ ବିଭ୍ରାଟ ଘଟିବା ପାଇଁ ବେକାରୀ ସମସ୍ୟା ଦାୟୀ। ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଯୋଗୁଁ ଦେଶର ଯୁବପିଢି ରୋଜଗାର ପାଇପାରୁ ନାହାଁନ୍ତି। ବେରୋଜଗାର ହେଉଛି ସୁରକ୍ଷା ଭଙ୍ଗ ହେବାର ମୁଖ୍ୟ କାରଣ।” ରାହୁଲ ଗାନ୍ଧି ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ଲୋକମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସମସ୍ୟା ହେଉଛି ବେକାରୀ। ପ୍ରକୃତରେ ସୁରକ୍ଷାରେ ଉଲ୍ଲଂଘନ ଘଟିଛି। କିନ୍ତୁ କଥା ହେଉଛି ଏହା କାହିଁକି ଘଟିଲା? ମୁଖ୍ୟ ପ୍ରସଙ୍ଗ ହେଉଛି ବେକାରୀ। ମୋଦିଜୀଙ୍କ ପଲିସି ଯୋଗୁଁ ଭାରତବାସୀ ଚାକିରି ପାଇପାରୁ ନାହାଁନ୍ତି। ବେକାରୀ ଏବଂ ମୁଦ୍ରାସ୍ଫୀତି ସଂସଦର ସୁରକ୍ଷା ଉଲ୍ଲଂଘନ ପଛର କାରଣ ବୋଲି ରାହୁଲ ଗାନ୍ଧି କହିଛନ୍ତି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..