ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବିନେକେଲ ଗାଁରେ। ମୃତ ଚାଷୀଙ୍କ ନାଁ ଚମରୁ ବାଗ୍ । ମିଳିଥିବା ସୂଚନା ଅନୁସାରେ- ଅନୁଯାୟୀ,ଦୁଇ ଏକର ଜମିରେ ଚମରୁ ଧାନ ଚାଷ କରିଥିଲେ। ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଯାଇଥିଲା । ଅମଳ ପରେ ତାଙ୍କୁ ମାତ୍ର ୩ ପ୍ୟାକେଟ୍ ଧାନ ମିଳିଥିଲା । ଏହା ଦେଖି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ବିଷ ପିଇ ଦେଇଥିଲେ।ଗତକାଲି ଅପରାହ୍ନରେ ବିଷ ପିଇ ଦେଇଥିଲେ। ରାତିରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..