Report Card Odisha

| Daily Odia News

ଚଳନ୍ତା ବସ୍‌ କ୍ୟାବିନ୍‌ରେ ଦୁଷ୍କର୍ମ,ଡ୍ରାଇଭର୍‌ ଗିରଫ…..

ରିପୋର୍ଟ କାର୍ଡ / ଜୟପୁର

ଚଳନ୍ତା ବସ୍‌ କ୍ୟାବିନ୍‌ ଭିତରେ ଦୁଇଜଣ ଡ୍ରାଇଭର୍‌ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି | ସେ ବସ୍‌ରେ ଥିବା ସହଯାତ୍ରୀମାନେ କିନ୍ତୁ, ଏ ଘଟଣା ବିଷୟରେ ଜାଣିପାରିନଥିଲେ ବୋଲି ପୋଲିସ କହିଛି । ବସ ଟି ଉତ୍ତର ପ୍ରଦେଶର କାନପୁରରୁ ରାଜସ୍ଥାନର ଜୟପୁରକୁ ଯାଉଥିଲା | ସୂଚନା ଅନୁସାରେ, ଘଟଣାଟି ଡିସେମ୍ବର ୯ ତାରିଖ ରାତିରେ ଘଟିଛି। ସନ୍ଧ୍ୟା ପ୍ରାୟ ୭.୩୦ରେ ସେ ତରୁଣୀଜଣକ ଜୟପୁରରେ ଥିବା ତାଙ୍କ ମାମୁଙ୍କ ପାଖକୁ ଯାଉଥିଲେ। ବସ୍‌ରେ ଆଉ ସିଟ୍‌ ନ ଥିବାରୁ ସେ ଡ୍ରାଇଭର୍‌ଙ୍କ କ୍ୟାବିନ୍‌ରେ ବସିଥିଲେ। କ୍ୟାବିନ୍‌ ଭିତରପଟୁ ବନ୍ଧ ଥିଲା। ବାଟରେ କ୍ୟାବିନ୍‌ରେ ବସିଥିବା ଅନ୍ୟ ଯାତ୍ରୀମାନେ ଉଠିଯିବା ପରେ ତରୁଣୀଙ୍କ ସହିତ ୨ ଡ୍ରାଇଭର୍‌ ଗଣଦୁଷ୍କର୍ମ କରିଥିଲେ। କିଛି ସମୟ ପରେ ଚିତ୍କାର ଶୁଣି ସନ୍ଦେହ ହେବାରୁ କେତେଜଣ ଯାତ୍ରୀ କ୍ୟାବିନ୍‌ ଡୋର୍‌ ଖୋଲି ଉକ୍ତ ତରୁଣୀଙ୍କୁ ବିପର୍ଯ୍ୟସ୍ତ ଅବସ୍ଥାରେ ଦେଖିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଡ୍ରାଇଭର୍‌ଙ୍କୁ ମାରଧର କଲେ। ଜଣେ ଡ୍ରାଇଭର୍‌ କୌଣସିମତେ ବସ୍‌ରୁ ଖସି ପଳାଇଯାଇଥିବା ବେଳେ ଆଉ ଜଣଙ୍କୁ ଯାତ୍ରୀମାନେ କାବୁ କରି ପକାଇଥିଲେ।
ତା’ପରେ ଯାତ୍ରୀମାନେ ସେ ତରୁଣୀଙ୍କୁ ନେଇ ତୁରନ୍ତ ନିକଟସ୍ଥ ଥାନାକୁ ଗଲେ। ଅଭିଯୋଗ ଦାଏର କରିବା ଲାଗି ତାଙ୍କର ମାମୁଙ୍କୁ ଥାନାକୁ ଡକାଗଲା। ମହମଦ୍‌ ଆରିଫ୍‌ ନାମକ ସେ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି। ଫେରାର୍‌ ହୋଇ ଯାଇଥିବା ଲଳିତ ନାମକ ସେ ଡ୍ରାଇଭର୍‌ଙ୍କୁ ଧରିବା ପାଇଁ ତଲାସ ଜାରି ରହିଛି।

Breaking News