ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଛଅଟି ରାଜ୍ୟରେ ପହଞ୍ଚିଛି। ରାଜସ୍ଥାନ, କର୍ଣ୍ଣାଟକ, ହରିଆଣା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ରାଜସ୍ଥାନର ଏକ ପରିତ୍ୟକ୍ତ ସ୍ଥାନରୁ ଅଭିଯୁକ୍ତମାନଙ୍କ ପୋଡା ଯାଇଥିବା ସେଲ୍ ଫୋନ୍ ପାର୍ଟ୍ସ ପାଇଥିଲା । ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୋଲିସ ୫୦ ଟି ପୃଥକ ଟିମ୍ ଗଠନ କରି ଅଭିଯୁକ୍ତଙ୍କ ଡିଜିଟାଲ ଏବଂ ବ୍ୟାଙ୍କ ଡିଟେଲ୍ସ ଯାଞ୍ଚ କରୁଛି। ଅଭିଯୁକ୍ତମାନଙ୍କୁ ସାଙ୍ଗରେ ନେଇ ଏକ ସୁରକ୍ଷିତ ଘରେ ରଖିଛି। ଭିଜିଟର୍ସ ପାସ୍ ଦେଖାଇ ଗୃହକୁ ପ୍ରବେଶ କରିଥିବା ଅଭିଯୁକ୍ତ ସାଗର ଶର୍ମାକୁ ସାଉଥ ରେଞ୍ଜର ସ୍ପେଶାଲ ସେଲ ଟିମ୍ ପଚରାଉଚରା କରୁଛନ୍ତି।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……