ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ୍ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମ ଅସୁସ୍ଥ ହୋଇଛି। ତାକୁ କରାଚୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ତାକୁ ବିଷ ଦିଆଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏସବୁ ଗୁଜବ ବୋଲି ଜଣାପଡ଼ିଛି। ବିଶ୍ବସନୀୟ ଗୁଇନ୍ଦା ସୂତ୍ର ଏହି ଗୁଜବକୁ ଖଣ୍ଡନ କରିଛି। ପାକିସ୍ତାନର ଜଣେ ୟୁଟ୍ୟୁବର ବିଳମ୍ବିତ ରାତିରେ ଯାଞ୍ଚ ହୋଇ ନଥିବା ସାମାଜିକ ଗଣମାଧ୍ୟମ ରିପୋର୍ଟ ଆଧାରରେ ଦାଉଦକୁ ବିଷ ଦିଆଯାଇଥିବା ଏବଂ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପ୍ରସାରିତ କରିଥିଲା। ଦାଉଦ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପ୍ରଥମ ମହଲାକୁ ସଂପୂର୍ଣ୍ଣ ଖାଲି କରାଯାଇ ଦାଉଦକୁ ଚିକିତ୍ସା କରାଯାଉଛି। ସେଠାକୁ ଦାଉଦର ନିକଟ ସଂପର୍କୀୟ ଓ ଚିକିତ୍ସକଙ୍କ ଛଡ଼ା ଅନ୍ୟ କାହାରିକୁ ଛଡ଼ା ଯାଉନାହିଁ ବୋଲି ପ୍ରଚାର ହୋଇଥିଲା। ପାକିସ୍ତାନରେ ଇଣ୍ଟରନେଟ୍ ହଠାତ୍ ବନ୍ଦ ହେବା ଘଟଣାକୁ ମଧ୍ୟ ୟୁଟ୍ୟୁବର ଦାଉଦ ଡାକ୍ତରଖାନାରେ ଭର୍ତ୍ତି ହେବା ସହିତ ଯୋଡ଼ିଥିଲେ। ତେବେ ଏହି ଦାବିକୁ ମଧ୍ୟ ଖଣ୍ଡନ କରାଯାଇଛି। ବିରୋଧୀ ପାକିସ୍ତାନ-ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ଭର୍ଚୁଆଲ ବୈଠକ ପାଇଁ ଯୋଗାଯୋଗ୍ୟ ବ୍ୟବସ୍ଥାରେ ଅସୁବିଧା ଦେଖାଦେଇଥିବା କୁହାଯାଇଛି। ଦାଉଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସଂପର୍କିତ ଗୁଜବକୁ କେତେକ ଇଣ୍ଟରନେଟ୍ ବ୍ୟବହାରକାରୀ କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କକରଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିବା ଦାବି କରି ତାହାର ସ୍କ୍ରିନ ସଟ୍ ସେୟାର କରିଥିଲେ। ତେବେ ସେହି ମେସେଜ୍ ନକଲି ଥିଲା। ଅନେକ ତଥ୍ୟ ଯାଞ୍ଚକାରୀ ସ୍ପଷ୍ଟ କରିଛନ୍ତି ତାହା କାମଚଳା ପ୍ରଧାନମନ୍ତ୍ରୀ କକରଙ୍କ ଆକାଉଣ୍ଟ ନୁହେଁ। ଏପରିକି ଭାଇରାଲ ମେସେଜରେ ଦାଉଦକୁ ଅଜଣା ବ୍ୟକ୍ତି ବିଷ ଦେଇ ମାରି ଦେଇଥିବା କୁହାଯାଇଛି। କରାଚୀ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ନେଇଛି। ତେବେ ଏକ ନିରପେକ୍ଷ ତଥ୍ୟ ଯାଞ୍ଚକାରୀ ୱେବସାଇଟ୍ ଡିଏଫ୍ଆର୍ଏସି ପକ୍ଷରୁ ସାମାଜିକ ଗଣମାଧ୍ୟମରେ କୁହାଯାଇଛି ଭାଇରାଲ ହୋଇଥିବା ସ୍କ୍ରିନସଟ୍ କାମଚଳା ପ୍ରଧାନମନ୍ତ୍ରୀ କକରଙ୍କର ଅଫିସିଆଲ ଆକାଉଣ୍ଟ ନୁହେଁ। ସ୍କ୍ରିନସଟ୍ରେ କକରଙ୍କ ଯେଉଁ ନାମ ଲେଖାଯାଇଛି ସେଥିରେ ଗୋଟିଏ ଅତିରିକ୍ତ ‘କେ’ ରହିଛି। ଏଥିସହିତ କକର ଶେଷ ଥର ପାଇଁ ଡିସେମ୍ବର ୧୬ରେ ଏକ୍ସରେ ପୋଷ୍ଟ କରିଥିଲେ।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..