ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। କିନ୍ତୁ ଏହି ଦାବି ମାନିବାକୁ ସରକାର ନାରାଜ। ଅନ୍ୟପକ୍ଷରେ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ନିଲମ୍ବନ କରାଯାଉଛି। ମଙ୍ଗଳବାର ଦିନ ଲୋକସଭାରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦଳର ଶକ୍ତି ଆହୁରି ହ୍ରାସ ପାଇଛି। କାରଣ ପୁଣି ୪୯ ସାଂସଦଙ୍କୁ ଅସାମ୍ବିଧାନିକ ଆଚରଣ ଏବଂ ଚେୟାରର ନିର୍ଦ୍ଦେଶକୁ ଅବମାନନା କରିଥିବା କାରଣରୁ ନିଲମ୍ବିତ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ସଂସଦର ଉଭୟ ଗୃହରୁ ୭୮ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଆଜି ପୁଣି ୪୯ ଜଣଙ୍କୁ ନିଲମ୍ବନ କରାଯାଇଛି। ଏବେ ସୁଦ୍ଧା ସଂସଦରୁ ସମୁଦାୟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇ ସାରିଲାଣି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର ଶଶୀ ଥରୁର, ମନୀଷ ତିୱାରୀ ଏବଂ କେ ଚିଦାମ୍ବରମ୍, ଏନସିପିର ସୁପ୍ରିୟା ସୁଲେ, ଫାରୁକ୍ ଅବଦୁଲ୍ଲା, ସମାଜବାଦି ପାର୍ଟିର ଡିମ୍ପଲ୍ ଯାଦବ, ଡିଏମକେର ଏସ୍ ସେଣ୍ଟିଲ କୁମାର, ଆମ୍ ଆଦମୀ ପାର୍ଟିର ସୁଶୀଲ କୁମାର ରିଙ୍କୁ ଏବଂ ସୁଦୀପ ବାନ୍ଧୋପାଧ୍ୟାୟ ଅଛନ୍ତି। ସାଂସଦମାନଙ୍କୁ ନିଲମ୍ବନ କରିବା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଣିଛନ୍ତି। ଏ ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଳାଦ ଯୋଶୀ ନିମ୍ନ ଗୃହରେ କହିଛନ୍ତି, “ଗୃହରେ ପ୍ଲାକାର୍ଡ ନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି ନିର୍ବାଚନ ହାରିଯିବା ପରେ ନିରାଶା ହେତୁ ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି। ଏହି କାରଣରୁ ଆମେ ଏକ ପ୍ରସ୍ତାବ ଆଣିଛୁ (ସାଂସଦଙ୍କୁ ନିଲମ୍ବନ କରିବା ପାଇଁ)।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..