ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଉ ଦେଶରେ ଚାଳକବିହୀନ କାର୍ ଚଳାଚଳକୁ ଅନୁମତି ମିଳିବନି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଏହା କହିଛନ୍ତି। ଏହା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ଚାଳକବିହୀନ କାର୍ ଚାଲିଲେ ବହୁ ଚାଳକ ବେରୋଜଗାର ହୋଇପଡ଼ିବେ। ମୁଁ ତାହା ହେବାକୁ ଦେବିନି ବୋଲି ଗଡ଼କରୀ କହିଛନ୍ତି।ଭାରତରେ ଚାଳକିବହୀନ କାର୍ ଚଳାଚଳକୁ ନେଇ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ। କିନ୍ତୁ ସ୍ବଚ୍ଛ, ସୁରକ୍ଷିତ ଓ ପ୍ରଯୁକ୍ତି ଦୃଷ୍ଟିରୁ ଉନ୍ନତ ଗାଡ଼ିର ଗ୍ରହଣୀୟତା ଦେଶରେ ବଢ଼ିବାରେ ଲାଗିଛି। ଗ୍ରାହକମାନେ ସୁଲଭ ଗାଡ଼ି ତୁନଳାରେ ଅଧିକ ସୁରକ୍ଷିତ ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ଦେଶରେ ଏସ୍ୟୁଭି ବିକ୍ରି ବଢ଼ୁଛି। ନିକଟରେ ସରକାର ନିଜସ୍ବ କାର୍ କ୍ରାସ୍ ଟେଷ୍ଟ ପ୍ଲାଟଫର୍ମ ଭାରତ ଏନ୍ପିଏସିର ଶୁଭାରମ୍ଭ କରିଛନ୍ତି।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..