Report Card Odisha

| Daily Odia News

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣରେ ବାଦ୍‌ ପଡ଼ିଲେ ଆଡଭାନୀ, ଯୋଶୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରତିଷ୍ଠା ହେବ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର। ଏଥିନିମନ୍ତେ ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇ ସାରିଥିବା ବେଳେ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଅତିଥିମାନଙ୍କୁ ନିମନ୍ତ୍ରଣ ହେଉଛି | ପ୍ରତିଷ୍ଠା ଉତ୍ସବରେ ପ୍ରାୟ ୨ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରୀତ କରାଯାଇଛି।କିନ୍ତୁ ଦେଖିବାକୁ ମିଳିଛି ମନ୍ଦିର ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ ଚଳାଇଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମନୋହର ଯୋଶୀ ନିମନ୍ତ୍ରଣରୁ ବାଦ୍‌ ପଡ଼ି ଯାଇଛନ୍ତି। ମନ୍ଦିର ପ୍ରଶାସନ ତରଫରୁ ଉଭୟଙ୍କୁ ଏହି ଉତ୍ସବରେ ଯୋଗ ଦେବାକୁ ଉଭୟଙ୍କୁ ବାରଣ କରାଯାଇଛି। ବୟସାଧୀକ ହେତୁ ଉଭୟ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କୁ ଏହି ଉତ୍ସବରେ ଯୋଗ ନ ଦେବାକୁ ମନ୍ଦିର କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟି ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ପୂର୍ବ ମାନବ ସମ୍ବଳ ବିକାଶ ମନ୍ତ୍ରୀ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟାଗତ ସମସ୍ୟା ଓ ବୟସକୁ ଦୃଷ୍ଟିରେ ରଖି ଏପରି ପରାମର୍ଶ ଦିଆଯାଇଛି।

Breaking News