ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବୃଦ୍ଧି ପାଉଛି | ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜନୀତିର ଉର୍ଦ୍ଧ୍ୱକୁ ଉଠି ଏକାଠି କାମ କରିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସତର୍କ ରହିବା ସହିତ ରାଜନୀତିଠାରୁ ଦୂରେଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯାହାଦ୍ୱାରା କରୋନା ସହିତ ଲଢ଼ିବାରେ ସମନ୍ବ ରହିବା ସହିତ ଏହି କାର୍ଯ୍ୟ ସହଜ ହୋଇ ପାରିବ। ଡାକ୍ତରଖାନାର ପ୍ରସ୍ତୁତି ପାଇଁ ମକ ଡ୍ରିଲ, ମନିଟରିଂ ଏବଂ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। କେରଳ ପରେ କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ଏବେ ମହାରାଷ୍ଟ୍ର ଏବଂ ଗୋଆରେ ବ୍ୟାପିବାରେ ଲାଗିଛି। ବାଜିଛି। ଏହି ଦୁଇ ରାଜ୍ୟରେ ନୂଆ ଭ୍ୟାରିଆଣ୍ଟ ଜେଏନ.୧ର ୧୯ ଟି ମାମଲା ରିପୋର୍ଟ କରାଯାଇଛି। ଗତ ନଅ ଦିନ ମଧ୍ୟରେ କରୋନା ମାମଲା ଦ୍ୱିଗୁଣିତ ବୃଦ୍ଧି ହୋଇଛି |






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..