ରିପୋର୍ଟ କାର୍ଡ / ରାୟଗଡ
ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ କରିବା ଶିକ୍ଷକଙ୍କୁ ମହଙ୍ଗା ପଡିଛି । ସ୍କୁଲରେ ପଶି ଶିକ୍ଷକଙ୍କୁ ପିଟିଲେ ଅଭିଭାବକ। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ ସହର ଇନ୍ଦିରା ନଗର ଉଚ୍ଚ ବିଦ୍ୟାଳୟରେ। ପୋଲିସ ଶିକ୍ଷକ ମନୋରଞ୍ଜନ ନାୟକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଇନ୍ଦିରା ନାଗର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲା ପଢନ୍ତି। ମନୋରଞ୍ଜନ ଜଣେ ଛାତ୍ରୀଙ୍କୁ ବ୍ୟାଡ ଟଚ୍ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ପାଖରେ ମନୋରଞ୍ଜନ ବ୍ୟାଡ୍ ଟଚ୍ କରିଥିବା କହିଥିଲେ। ଆଜି ସକାଳେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ମନୋରଞ୍ଜନଙ୍କ ମାଡ ମାରିଥିଲେ। ରାୟଗଡ଼ା ପୋଲିସ ପହଞ୍ଚି ମନୋରଞ୍ଜନଙ୍କ ଉଦ୍ଧାର କରି ଥାନାକୁ ନେଇଥିଲା। ଅନ୍ୟପକ୍ଷରେ ଛାତ୍ରୀ ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ମନୋରଞ୍ଚନ କହିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କହିଛନ୍ତି, ଅଭିଭାବକଙ୍କ ଅଭିଯୋଗ ଲିଖିତ ପାଇଛି। ଏନେଇ ଏକ କମିଟି ଗଠନ କରି ତଦନ୍ତ କରିବି। ଯଦି ବିଦ୍ୟାଳୟରେ ସମାଧାନ ନହୁଏ ତେବେ ଉଚ୍ଚକର୍ତ୍ତୃ ପକ୍ଷଙ୍କୁ ଅବଗତ କରାଇବି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..