ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାର ୩୦ ନମ୍ବର ଜାତୀୟ ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରଲର ଓ କାରରେ ନିଆଁ ଲଗାଇ ଦେଇଛନ୍ତି ନକ୍ସଲ। ହେଲେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଗତକାଲି ରାତିରେ କିଛି ନକ୍ସଲ କଣ୍ଟା-ଦୋର୍ଣ୍ଣାପଲ୍ଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ କାରକୁ ଅଟକାଇଥିଲେ। ପରେ ବସ୍ ଓ କାରରୁ ଯାତ୍ରୀମାନଙ୍କୁ ଓହ୍ଲାଇ ବାକୁ କହି ସେଥିରେ ନିଆଁ ଲଗାଇଥିଲେ। ଏହାସହ ରାସ୍ତାଗଡ଼ରେ ଥିବା ଟ୍ରଲରରେ ମଧ୍ୟ ନକ୍ସଲ ନିଆଁ ଲଗାଇ ଦେଇଛନ୍ତି। ଘଟଣାସ୍ଥଳରେ କିଛି ପୋଷ୍ଟର ଛାଡ଼ି ଯାଇଛନ୍ତି । ନକ୍ସଲ ମାନେ ସୁକମା ସମେତ ଦୁଇଟି ସ୍ଥାନରେ ଲଙ୍କାକାଣ୍ଡ ଘଟାଇଛନ୍ତି। ନକ୍ସଲ ପକ୍ଷରୁ ଆସନ୍ତାକାଲି ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..