Report Card Odisha

| Daily Odia News

ଲୋକସଭାରେ ପାସ ହେଲା ସିଇସି ବିଲ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ ଅଛନ୍ତି। ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ କମିଶନ ନିଯୁକ୍ତି ବିଲ୍‌ ଲୋକସଭାରେ ସରକାର ପାସ୍‌ କରାଇଛନ୍ତି। ଏହାପୂର୍ବରୁ ରାଜ୍ୟସଭାରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ନୂଆ ବିଲ୍ ପାସ୍‌ ହୋଇଥିଲା। ରାଜ୍ୟସଭାରେ ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଥିଲେ। ଏପରି କି ବିଲ୍‌କୁ ବିରୋଧ କରି ସେମାନେ କକ୍ଷତ୍ୟାଗ କରିଥିଲେ। ତଥାପି ସରକାର ନିଜର ସଂଖ୍ୟା ଗରିଷ୍ଠତା ବଳରେ ଏହି ବିଲ୍‌କୁ ପାରିତ କରିଥିଲେ। ଏବେ ଲୋକସଭାରେ ମଧ୍ୟ ଏହି ବିଲ୍‌ ପାରିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିବା ପରେ ଏହା ଆଇନରେ ପରିଣତ ହୋଇଯିବ। ବିଲ୍‌ରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି, ସେବାର ସର୍ତ୍ତ ଓ ନିୟମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ବିଲ୍‌ରେ ବ୍ୟବସ୍ଥା କରାଯାଇଛି ଯେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ। କାରଣ ନିର୍ବାଚନ କମିଶନର ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା (ଲୋକସଭା) ଓ ଜଣେ କ୍ୟାବିନେଟ ମନ୍ତ୍ରୀ ହିଁ ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବେ। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟି ୩ ସଦସ୍ୟ ବିଶିଷ୍ଟ ହୋଇଥାଏ। ଏହି କମିଟିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି। ହେଲେ ସିଜେଆଇଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ସିଇସି ଓ ଅନ୍ୟ କମିଶନରଙ୍କ ରାଙ୍କ ମଧ୍ୟ ହ୍ରାସ କରାଯାଇଛି। ଏବେ ସେମାନେ କ୍ୟାବିନେଟ ରାଙ୍କ ଅଫିସର ଭାବେ ସବୁ ପ୍ରକାରର ଦରମା ଓ ଭତ୍ତା ପାଇବେ।ଆଜି ଲୋକସଭାରେ ବିଲ୍‌ରେ ହୋଇଥିବା ସମକ୍ୟ ଆଲୋଚନା ବେଳେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ନିର୍ବାଚନ ଅଫିସରମାନଙ୍କ ସେବା ସର୍ତ୍ତକୁ ନେଇ ପ୍ରଚଳିତ ୧୯୯୧ର ଆଇନ ଦର ସିଝା ସଦୃଶ ଥିଲା। ପୂର୍ବ ବିଧେୟକରେ ଛଡ଼ା ଯାଇଥିବା ସବୁ ଦିଗକୁ ନୂଆ ବିଲ୍‌ରେ ପୂରଣ କରାଯାଇଛି। ଏହାପରେ ଭୟସ ଭୋଟ ବଳରେ ନୂଆ ବିଲ୍ ଲୋକସଭାରେ ପାରିତ ହୋଇଛଝି। ରାଜ୍ୟସଭାରେ ବିଲ୍‌ ଉପରେ ହୋଇଥିବା ଆଲୋଚନା ବେଳେ ବିରୋଧ କହିଥିଲେ ଯେ ଏହା ନିର୍ବାଚନ କମିଶନଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରିବ। ସରକାର ନିଜ ଇଚ୍ଛାରେ କମିଶନର ନିଯୁକ୍ତି କରିବାର କ୍ଷମତା ପାଉଥିବାରୁ ନିର୍ବାଚନରେ ସ୍ୱଚ୍ଛତା ରହିବ ନାହିଁ।

 

Breaking News