ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ସେନାର ଦୁଇଟି ଗାଡ଼ି ଉପରକୁ ଗୁଳିମାଡ଼ କରିଛନ୍ତି | ଏଥିଲେ ୫ ଜଣ ଯବାନ ସହିଦ ହୋଇଛନ୍ତି। ବୁଫଲିୟାଜରୁ ସେନାର ୨ଟି ଗାଡ଼ି (ଗୋଟିଏ ଟ୍ରକ୍ ଓ ଗୋଟିଏ ଜିପ୍ସି)ରେ କିଛି ଯବାନ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ବୁଫଲିୟାଜ ପାଖାପାଖି ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅପରେସନ ଚାଲିଛି। ସେଠାରୁ ଏହି ଯବାନମାନେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ସେନାର ଅତିରିକ୍ତ ଟିମ୍କୁ ସେଠାକୁ ପଠାଯାଇଛି।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..