ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି। ଏଭଳି ଜଣେ କର୍ମକର୍ତ୍ତା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସେଠାରେ ଉପସ୍ଥିତ ରହିଥିଲେ। ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇଥିଲେ। ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଅନୁପପୁରର ଭାଜପା ଜିଲ୍ଲା ଅଧ୍ୟକ୍ଷ ରାମଦାସ ପୁରୀ ବଡ଼ ପ୍ରତିଜ୍ଞା ନେଇଥିଲେ। ଯେତେବେଳ ଯାଏ ରାଜ୍ୟରେ ଭାଜପା ସରକାର ଆସିବ ନାହିଁ ସେ ପାଦରେ ଯୋତା ପିନ୍ଧିବେ ନାହିଁ ବୋଲି କହିଥିଲେ। ୨୦୧୭-୧୮ରେ ସେ ଏହି ପ୍ରତିଜ୍ଞା ନେଇଥିବା ବେଳେ ଏଯାଏ ଖାଲି ପାଦରେ ଥିଲେ। ଏବେ ଭାଜପା ରାଜ୍ୟରେ ସରକାର ଗଢ଼ିବା ପରେ ସେ ପ୍ରାୟ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି। ଖବର ଅନୁସାରେ- ରାମଦାସଙ୍କ ପ୍ରତିଜ୍ଞା ପରେ ଶିବରାଜ ମଧ୍ୟ ଏକ ସଂକଳ୍ପ ନେଇଥିଲେ। ସେ ଶନିବାର ନିଜ ହାତରେ ତାଙ୍କୁ ଜୋତା ପିନ୍ଧାଇ ସଂକଳ୍ପ ପୂରଣ କରିଥିଲେ। ଏହି ସମୟରେ ଶିବରାଜ ବେଶ ଭାବୁକ ନଜର ଆସିଥିଲେ। ସେ ରାମଦାସଙ୍କୁ ଆଲିଙ୍ଗନ କରିଥିଲେ। ତେବେ ପରେ ରାମଦାସଙ୍କ ଭଳି କର୍ମୀ ହିଁ ଦଳର ଶକ୍ତି। ୨୦୨୦ରେ ମଧ୍ୟ ସେ ଚପଲ ପିନ୍ଧି ନ ଥିଲେ। ପୁଣିଥରେ ସରକାର ଆସିଲେ ପିନ୍ଧିବେ ବୋଲି ଶିବରାଜ ମତବ୍ୟକ୍ତ କରିଛନ୍ତି।






More Stories
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……
ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ…..
ଟିଏମସି ନେତାଙ୍କୁ ବିଜେପି ମନା…..