ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ପୋଲିସର କଡ଼ା ସୁରକ୍ଷା ସତ୍ତ୍ୱେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି |ଏୟାରପୋର୍ଟ ଅଞ୍ଚଳରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ବିଚ୍ ରାସ୍ତାରେ ୨ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ କେବଳ ଆହତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏୟାରପୋର୍ଟ ଟ୍ରାଫିକ ଛକରେ ଏପରି ଘଟଣା ଘଟିଛି। ଆକ୍ରମଣରେ ଗୁରୁତର ହୋଇଥିବା ଶିବା ଓରଫ ମଦନ ମହାରାଣା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଓ ଛୁରୀ ମାଡ଼ର ଦାଗ ରହିଛି। ସେହିପରି ଆଉ ଜଣେ ଯୁବକ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ତାଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଉଭୟ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶିବାଙ୍କ ଘର ସ୍ଥାନୀୟ ଭୀମପୁର ଅଞ୍ଚଳରେ। ଏହି ଘଟଣାରେ ୭ ଜଣକୁ ପୋଲିସ ଗିରଫ କରିଥିବା ଜଣାପଡିଛି |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..