Report Card Odisha

| Daily Odia News

ପ୍ରମାଣ କରନ୍ତୁ ଆପଣ ହିନ୍ଦୁ ଙ୍କୁ ବିରୋଧ କରୁନାହାନ୍ତି ବୋଲି …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆପଣ ହିନ୍ଦୁ ଓ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକୁ ବିରୋଧ କରୁ ନ ଥିବା କଥା ପ୍ରମାଣ କରନ୍ତୁ ବୋଲି ‘ବିଆର୍‌ଏସ୍‌’ ନେତ୍ରୀ କେ. କବିତା ରାହୁଲ୍‌ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ‘ହିନ୍ଦୀଭାଷୀମାନେ ଶୌଚାଳୟ ସଫା’ କରନ୍ତି ବୋଲି ‘ଡିଏମ୍‌କେ’ ସାଂସଦ ଦୟାନିଧି ମାରନ୍‌ ଦେଇଥିବା ବିବାଦୀୟ ବିବୃତି ଉପରେ ରାହୁଲ୍‌ ଗାନ୍ଧୀ କିଛି କୁହନ୍ତୁ ବୋଲି କବିତା ଦାବି କରିଛନ୍ତି।ନିଉଜ୍‌ ଏଜେନ୍‌ସି ‘ପିଟିଆଇ’ ସହିତ କଥାବାର୍ତ୍ତା କରିବା ବେଳେ କବିତା କହିଛନ୍ତି, କଂଗ୍ରେସ ଓ ‘ଡିଏମ୍‌କେ’ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ ହୋଇଥିବାରୁ ‘ଡିଏମ୍‌କେ’ ନେତା ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ଟିପ୍ପଣୀ ବିଷୟରେ ବି ରାହୁଲ୍‌ କିଛି କୁହନ୍ତୁ।ସେ ଆହୁରି ମଧ୍ୟ କହିଛନ୍ତି, ଏହା କୌଣସି ଗୋଟାଏ ଦଳ ଦେଇଥିବା ପ୍ରସଙ୍ଗ ନୁହେଁ, କଥା ହେଉଛି ଏଭଳି ଟିପ୍ପଣୀ କିଭଳି ଆମ ଜାତିର ସୂତ୍ରକୁ ବିପର୍ଯ୍ୟସ୍ତ କରୁଛି। ଏ ଦଳ ପୁଣି ଗୋଟାଏ ମେଣ୍ଟର ସଦସ୍ୟ। ସେ ମେଣ୍ଟର ନେତୃତ୍ବ ନେଉଛି ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ପାର୍ଟି।

 

Breaking News