ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳର ଆଜି ପ୍ରତିଷ୍ଠା ଦିବସ | ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଷ୍ଠା ଦିବସ ଅବସରରେ ‘ନବୀନ ଓଡ଼ିଶା’ ଗଢିବା ନେଇ ସଂକଳ୍ପ ନେବେ ବିଜେଡି କର୍ମୀ ଓ ନେତା। ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ |
More Stories
ପଦ୍ମ ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା….
IAS ସ୍ତରରେ ଅଦଳ ବଦଳ…..
କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ…..