ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ମୁଖ୍ୟମନ୍ତ୍ରୀ ବି ମୁଠାଏ ଚାଉଳ ଗୁଆ ଦେଇଥିଲେ। ସମସ୍ତେ ଚାଉଳ ଓ ଗୁଆ ଦିଅନ୍ତୁ। ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୂଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ। ସମସ୍ତେ ଜଗନ୍ନାଥ ପ୍ରେମୀ ଯୋଗ ଦିଅନ୍ତୁ। ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ। ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ପ୍ରକଳ୍ପରେ ଜଗନ୍ନାଥଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ରହିଛି। ଏନେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ। ଆଗାମୀ ୧୭ ତାରିଖ ପରିକ୍ରମା ପ୍ରକଳ୍ପରେ ସେ ଉପସ୍ଥିତ ରହିବେ। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଲେ। ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନୁରୋଧ, ଗୋଟେ ଗୁଆ ପଠାନ୍ତୁ। ପରିକ୍ରମା ପ୍ରକଳ୍ପରେ ସାମିଲ ହୁଅନ୍ତୁ। ଜଗନ୍ନାଥଙ୍କ ଇତିହାସରେ ନବୀନ ପଟ୍ଟନାୟକଙ୍କ ନାଁ ଶହେ ବର୍ଷ ପରେ ବି ମନେ ରଖିବେ ଲୋକେ। ଆମେ ଆଶୀର୍ବାଦ କରିଛୁ।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..