Report Card Odisha

| Daily Odia News

ବ୍ରିଜଭୂଷଣଙ୍କ ଘରୁ ସ୍ଥାନାନ୍ତର ହେଲା ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କୁସ୍ତି ମହାସଂଘର କାର୍ଯ୍ୟାଳୟ ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବାସଭବନରେ ଦୀର୍ଘଦିନ ହେବ ଚାଲୁଥିବା ବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ହରିନଗରରେ ଡବ୍ଲ୍ୟୁଏଫ୍‌ଆଇର କାର୍ଯ୍ୟାଳୟ ହେବ ବୋଲି ଜଣାପଡ଼ିଛି। ବ୍ରିଜଭୂଷଣଙ୍କ ବାସଭବନରେ ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟ ଚାଲିବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସମେତ ଏକାଧିକ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଅସନ୍ତୋଷକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବ୍ରିଜଭୂଷଣଙ୍କ ଘନିଷ୍ଠ ଭାବେ ଜଣାଶୁଣା ସଞ୍ଜୟ ସିଂହ ଡବ୍ଲ୍ୟୁଏଫ୍‌ଆଇର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ନୂଆ ପଦାଧିକାରୀ ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ପ୍ରଭାବରେ କାମ କରିବେ ବୋଲି ବିଭିନ୍ନ ମହଲରୁ ଆଶଙ୍କାବ୍ୟକ୍ତ କରାଯାଇଥିଲା। ଏହାବାଦ୍‌ ଡବ୍ଲ୍ୟୁଏଫ୍‌ଆଇର ନୂତନ କର୍ମକର୍ତ୍ତା ବିଭିନ୍ନ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ନିୟମ ଭଙ୍ଗ କରିଥିବା ଦର୍ଶାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବିତ କରିଥିଲା। ଡବ୍ଲ୍ୟୁଏଫ୍‌ଆଇ ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ୍‌ ମହାସଂଘ ତରଫରୁ ଏକ ୩ଜଣିଆ କମିଟି ଗଠନ କରାଯାଇଛି। କମିଟିର ମୁଖ୍ୟ ଭାବେ ଭୂପିନ୍ଦର ସିଂହ ବାଜୱା ରହିଥିବା ବେଳେ ସଦସ୍ୟ ଭାବେ ଏମଏମ ସୋମାୟା ଓ ମଞ୍ଜୁଶା କନୱର ରହିଛନ୍ତି।

 

Breaking News