Report Card Odisha

| Daily Odia News

ରାଜଧାନୀରେ ବ୍ଲକିଂ ଓ ଚେକିଂକୁ କଡ଼ାକଡ଼ି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନୂଆବର୍ଷ ନିମନ୍ତେ ରାଜଧାନୀରେ ବ୍ଲକିଂ ଓ ଚେକିଂକୁ କଡ଼ାକଡ଼ି କରାଯାଇଛି। ରାଜଧାନୀର ବିଭିନ୍ନ ଛକ ଓ ବଜାରରେ କମିଶନରେଟ ପୋଲିସ ଜୋରଦାର ଚେକିଂ କରୁଛି । କଳ୍ପନା ଛକ, ଝାରପଡ଼ା ଗୋଲେଇ ଛକ, ନନ୍ଦନକାନନ ରୋଡରେ ଚେକିଂ ଚାଲିଛି। ଚେକିଂରେ ୩ ପ୍ଲାଟୁନ ଫୋର୍ସ ସହ ବିଭିନ୍ନ ଥାନାର ପୋଲିସ ସାମିଲ ହୋଇଛନ୍ତି। ନୂଆ ବର୍ଷ ଉପଲକ୍ଷେ ଜିରୋ ନାଇଟ ସେଲିବ୍ରେସନ ପାଳନ ହେବାକୁ ଥିବାର ରାଜଧାନୀର ବିଭିନ୍ନ ସ୍ଥାନରେ ଫୁଲ୍ ଟାଇଟ୍ ଚେକିଂ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟା ୭ଟାରୁ ରାତି ୨ଟା ଯାଏଁ ଭୁବନେଶ୍ୱରର ଛକ ଛକରେ ଚେକିଂ କଡ଼ାକଡ଼ି କରିବ କମିଶନରେଟ୍ ପୋଲିସ। ବଡ଼ଗଡ଼, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ନୟାପଲ୍ଲୀ ପୁଲିସ ସହରର ପ୍ରମୁଖ ଛକରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛି କମିଶନରେଟ ପୋଲିସ । ଯାନବାହନ ଯାଞ୍ଚ କରିବା ସହ ଚାଳକ ନିଶାସକ୍ତ ଅବସ୍ଥାରେ ଅଛନ୍ତି କି ନାହିଁ ବ୍ରେଥ୍ ଆନାଲାଇଜର୍ ସାହାଯ୍ୟରେ ତାହାର ବି ଯାଞ୍ଚ ହୋଇଛି। ବହୁ ଲୋକଙ୍କ ଗାଡ଼ି ଜବତ ହୋଇଥିବାବେଳେ ଅନେକଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ଅପରପକ୍ଷରେ ମଦ ପିଇ ଗାଡ଼ି ନ ଚଲାଇବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି। ସୁରକ୍ଷା ଦାୟିତ୍ବରେ ୪ ଅତିରିକ୍ତ ଡିସିପିଙ୍କ ସହ ୭ ଏସିପି, ୨୪ ଇନସପେକ୍ଟର, ୮୭ ସବଇନ୍ସପେକ୍ଟରଙ୍କ ସହ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହେବ। ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଘାଇଁ ଘାଇଁ ପଇଁତରା ମାରିବ ପିସିଆର ଭ୍ୟାନ ଓ ସ୍ପେଶାଲ ସ୍କ୍ୱାର୍ଡ ।

Breaking News