ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍। ଭୁବନେଶ୍ବର ରେଳ ଷ୍ଟେସନରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି। ଏଠାରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁନ୍ନା ଖାଁ ମଧ୍ୟ ଉପସ୍ଥିତ ଥିଲେ। ଏହି ଟ୍ରେନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏଥିରେ ଉଭୟ ଶୀତତାପ ନିୟନ୍ତ୍ରିତ ଏବଂ ଅଣ ଶୀତତାପ ନିୟନ୍ତ୍ରିତ ବଗି ରହିଛି। ଅମୃତ ଭାରତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହାର ଯାତ୍ରୀଭଡ଼ା କମ୍ ଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ପୂର୍ବତଟ ରେଳପଥ ଦେଇ ଚାଲିବ ଓ ଏଥିରେ ଓଡ଼ିଶା ରହିଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ବାଲେଶ୍ବର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ବେଙ୍ଗାଲୁରୁ ଯିବ।ଏହି ଟ୍ରେନ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ବଢ଼ିଲା ବସ ଭଡା…..
ଗୋଟିଏ ଅଫିସରେ ରହିପାରିବେନି ୩ ବର୍ଷରୁ ଅଧିକ…..