ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ ହୋଇଥିଲା। ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ନିଜ ଚ୍ୟାମ୍ବରରେ ବସିଥିଲାବେଳେ ବଡ଼ବିଲ ଡେଲି ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଯୁବକ ପଶି ଯାଇଥିଲେ। କିଛି କଥାବାର୍ତ୍ତା ପରେ ସେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ଗୋଟିଏ ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢାଳି ଦେଇଥିଲେ। ଏହା ପରେ ନିଆଁ ଲଗାଇ ଦେବା ପାଇଁ ଲାଇଟର ବାହାର କରିଥିଲେ। ସେହି ସମୟରେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାଟି କରିବା ସହ ନିଜ ଚ୍ୟାମ୍ବରରୁ ଦୌଡ଼ି ବାହାରକୁ ଚାଲି ଆସିଥିଲେ। ଶ୍ରୀ ପଣ୍ଡାଙ୍କ ପାଟି ଶୁଣି ଅନ୍ୟ କର୍ମଚାରୀମାନେ ଧାଇଁ ଆସି ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତାଙ୍କୁ କାବୁ କରି ନେଇଥିଲେ। ଏନେଇ ତୁରନ୍ତ ବଡ଼ବିଲ ପୋଲିସ କୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲା। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ପକ୍ଷରୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..