Report Card Odisha

| Daily Odia News

କୁକୁର ବନ୍ଧ୍ୟାକରଣ ଉପରୁ ଉଠିଲା ରହିତାଦେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ। ବିଏମସି ସତ୍ୟପାଠକୁ ଗ୍ରହଣ କରି ହାଇକୋର୍ଟ ଏହି ରହିତାଦେଶ ଉଠାଇ ଦେଇଛନ୍ତି। ପ୍ରାଣୀ ବନ୍ଧ୍ୟାକରଣ ନିୟନ୍ତ୍ରଣ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ହାଇକୋର୍ଟରେ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ ପ୍ରାଣୀ ବନ୍ଧ୍ୟାକରଣ କମିଟି ଗଠନ ହେବା କଥା। ମାତ୍ର ଆମ ରାଜ୍ୟରେ ବିନା କମିଟିରେ କୁକୁର ବନ୍ଧ୍ୟାକରଣ କରାଯାଉଥିବା ଅଭିଯୋଗ କରି ବିଶ୍ୱଜିତ ପ୍ରଧାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜୁଲାଇ ୬ ତାରିଖରେ କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ।କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରାହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ରହିଥିଲା । ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବା ନେଇ ହାଇକୋର୍ଟରେ ଆବେଦନ କରିଥିଲା, ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି ।

Breaking News