ରିପୋର୍ଟ କାର୍ଡ / ମୟୂରଭଞ୍ଜ
ବିଦ୍ୟାଳୟ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମରେ ଥିବା ସରସ୍ୱତୀ ଉଚ୍ଚ ବିଦ୍ୟାଳୟ ପରିସରରେ । ମୃତକ ଜଣକ ହେଉଛନ୍ତି ବିଶୋଇ ଥାନା ଅନ୍ତର୍ଗତ ରାଇହରି (ହିଜିଳି) ଗ୍ରାମର ତରଣି ସେନ ନନ୍ଦଙ୍କ ପୁଅ ବିଶ୍ୱଭୂଷଣ ନନ୍ଦ। ସେ ଉକ୍ତ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ। ସବୁଦିନ ଭଳି ଗତକାଲି ରାତିରେ ଅନ୍ୟ ପିଲାଙ୍କ ସହ ରାତି ଭୋଜନ କରିବା ପରେ ବିଦ୍ୟାଳୟ ଛାତ୍ରବାସରେ ଶୋଇଥିଲେ । ତେବେ ସକାଳୁ ବିଦ୍ୟାଳୟର ଏକ ଶ୍ରେଣୀ ଗୃହର ଛାତରେ ଲାଗିଥିବା କାଠ ଶେଣୀରେ ବେକରେ ଗାମୁଛା ଦେଇ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….