Report Card Odisha

| Daily Odia News

୧୧ ଦିନିଆ ‘ଅନୁଷ୍ଠାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରର ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଗରୁ ୧୧ ଦିନିଆ ‘ଅନୁଷ୍ଠାନ’ ବା ଦେବାରଧନାଦି କର୍ମ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ‘ଏକ୍ସ୍‌’ରେ ସେୟାର୍‌ କରିଥିବା ‘ୟୁଟ୍ୟୁବ୍‌’ ଅଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଉ ମାତ୍ର ୧୧ ଦିନ ବାକି ରହିଲା। ମୋର ସୌଭାଗ୍ୟ ଯେ, ମୁଁ ଏହି ପୁଣ୍ୟ ଅବସରରେ ଦେଖିପାରିବି। ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଭୁ ମତେ ଭାରତବାସୀଙ୍କ ପ୍ରତିନିଧିତ୍ବ କରିବା ଲାଗି ନିମିତ୍ତ କରିଛନ୍ତି। ଏଥି ପ୍ରତି ଧ୍ୟାନ ଦେଇ ମୁଁ ଆଜିଠାରୁ ୧୧ ଦିନିଆ ବିଶେଷ ଅନୁଷ୍ଠାନ ଆରମ୍ଭ କରିବି। ଜନତାଜନାର୍ଦ୍ଦନଙ୍କ ଆଶିଷ ପ୍ରତ୍ୟାଶା କରୁଛି। ଏଭଳି ମୁହୂର୍ତ୍ତରେ ମନର ଆବେଗ ଭାଷାରେ ବ୍ୟକ୍ତ କରିବା କଷ୍ଟକର। କିନ୍ତୁ, ମୁଁ ମୋର ପ୍ରଚେଷ୍ଟା ଚଳାଇଛି। ଉଲ୍ଲେଖଯୋଗ୍ୟ, ହିନ୍ଦୁଶାସ୍ତ୍ରମତେ, ଦେବ ବିଗ୍ରହଙ୍କ ‘ପ୍ରାଣ ପ୍ରତିଷ୍ଠା’ ହେଉଛି ଏକ ବିସ୍ତୃତ ଧାର୍ମିକ ପ୍ରକ୍ରିୟା। ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ନିର୍ଦ୍ଦିଷ୍ଟ କେତେକ ନୀତିନିୟମ ପାଳନ କରିବାକୁ ପଡ଼େ। ଅନେକ କାର୍ଯ୍ୟକ୍ରମ ଓ ଦାୟିତ୍ବ ବହନ କରି ମଧ୍ୟ ପ୍ରଧାନମନ୍ତ୍ରୀ ନିଷ୍ଠାର ସହିତ ସବୁ ନୀତିନିୟମ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ସେ ୧୧ ଦିନିଆ ‘ଅନୁଷ୍ଠାନ’ ପାଳନ କରିବେ।

Breaking News