ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତ ୧୭ ତାରିଖରେ ଲୋକାର୍ପଣ ହୋଇସାରିଛି | କିନ୍ତୁ ସାରା ରାଜ୍ୟରେ ଗାଁ ଗାଁ ବୁଲି ଅର୍ପଣ ରଥ ସଂଗ୍ରହ କରିଥିଲା ଅରୁଆଚାଉଳ ଗୁଆ | ପ୍ରକଳ୍ପ ଲୋକାର୍ପଣ ସମୟରେ ପୁରୀରେ ଜଗନ୍ନାଥଙ୍କ ପାଖରେ ପହଂଚି ପରି ପାରିନଥିବା ବେଳେ ଏହାକୁ ନେଇ ଭକ୍ତଙ୍କ ମନରେ ଅନ୍ତୋଷ ପ୍ରକାଶ ପାଇଥିଲା | ସଂଗୃହୀତ ଗୁଆ, ଚାଉଳ କୁଆଡ଼େ ଯିବ ଓ କ’ଣ ହେବ ସେନେଇ ଚର୍ଚା ଲାଗିରହିଥିଲା | ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି। କହିଛନ୍ତି କି ଅର୍ପଣରଥରୁ ସଂଗୃହୀତ ଗୁଆ, ଚାଉଳ କୋଇଲି ବୈକୁଣ୍ଠରେ ଥିବା ନିଯୋଗ ଗୃହରେ ରଖାଯିବ। ଯେଉଁ ଭାବ ନେଇ ଭକ୍ତମାନେ ସେହି ଚାଉଳ ଓ ଗୁଆ ଦେଇଛନ୍ତି, ଆମେ ସେହି ଭାବ ନେଇ ମହାପ୍ରଭୁଙ୍କୁ ପାଖରେ ଭୋଗ ଲଗାଇବୁ। ବାରମିଶା ଚାଉଳ ହୋଇଥିଲେ ଖେଚୁଡ଼ି କରାଯିବ। ଯଦି ଚାଉଳ ଅବଢ଼ା ଉପଯୋଗୀ ହୋଇଥିବ, ରନ୍ଧା ଯାଇ ମହାପ୍ରସାଦ ହେବ। ସେ ଆହୁରି କହିଛନ୍ତି, ମନ୍ଦିରରେ ପ୍ରତ୍ୟେକ ଦିନ ଅଟାର ବ୍ୟବହାର ହେଉଛି। ସେହି ଚାଉଳ ଅଟା କରାଯାଇ ବ୍ୟବହାର କରାଯିବ। ସେହି ଚାଉଳକୁ ମୁରୁଜ, ଝୋଟି ଓ ପ୍ରତିଦିନ ଆଳତିରେ ବ୍ୟବହାର କରାଯିବ। ଚାଉଳରେ ଉଷୁନା ଚାଉଳ ମିଶିଥିବା ପ୍ରଶ୍ନ ଉଠୁଛି। ହେଲେ ଏହା ଠିକ୍ ନୁହେଁ। ମହାପ୍ରଭୁ କ’ଣ ଖାଆନ୍ତି ସମସ୍ତେ ଜାଣନ୍ତି। ସେଥିପାଇଁ ସମସ୍ତେ ଅରୁଆ ଚାଉଳ ଦେଇଥିବେ। ଉଷୁନା ଚାଉଳ ଦେଇ ନ ଥିବେ। ଏହା ମିଥ୍ୟା, ଅପବାଦ ପାଇଁ ଏପରି କରାଯାଉଛି। ସଂଗୃହୀତ ଶ୍ରୀଫଳ ବା ଗୁଆ ମହାପ୍ରଭୁଙ୍କ ବିଡ଼ିଆ ପାନ ପାଇଁ ବ୍ୟବହାର ହେବ ବୋଲି ନାରାୟଣ ମହାସୁଆର ସୂଚନା ଦେଇଛନ୍ତି।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..