ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବ | ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ପକ୍ଷରୁ ଏହି ସୂଚନା ମିଳିବା ପରେ ସ୍ବତନ୍ତ୍ର ରିଲିଫ କମିସନର କୁହୁଡି ପାଇଁ ସତର୍କ ରହିବାକୁ ପରାମର୍ଶ ଜାରି କରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସ୍ଆରସି ଜିଲ୍ଲାପାଳମାନଙ୍କୁ ସତର୍କତା ଜାରି କରିଛନ୍ତି। ଆଗାମୀ ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି। ୨୦ ତାରିଖରେ କିଛି ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ରହିଛି। ୨୦ ତାରିଖରେ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କଟକ ସମେତ ଅନ୍ୟ କିଛି ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ଥିବା ବେଳେ ୨୧ ତାରିଖରେ ଦକ୍ଷିଣ ଓଡ଼ିଶା, କନ୍ଧମାଳ, ସୋନପୁର, ଅନୁଗୁଳ ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ୨୨ ତାରିଖରେ ଖୋର୍ଦ୍ଧା, କଟକଟ, ନୟାଗଡ଼, ପୁରୀ, ଗଂଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଘନକୁହୁଡ଼ି ହେବାର ଆଶଙ୍କା ରହିଛି। ଘନକୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ଏସ୍ଆରସି ଦୁର୍ଘଟଣା ଏଡ଼ାଇବା ପାଇଁ ପରିବହନ ଓ ପୋଲିସ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..