ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାତିରେ ଚନ୍ଦକା ଅଭୟାରଣ୍ୟ ବୁଲିପାରିବେ । ଭରତପୁର ସଫାରୀରେ ଆରମ୍ଭ ହେବ ନାଇଟ ନକଚରାଲ ଟ୍ରେଲ। ଜାନୁଆରୀ ୨୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। କହିଛନ୍ତି ଚନ୍ଦକା-କମପଡ଼ା ଅଭୟାରଣ୍ୟର ଭରତପୁର ପାର୍ଶ୍ୱରେ ନାଇଟ ନକଚରାଲ ଟ୍ରେଲ ଆରମ୍ଭ ହେବ। ଯେଉଁମାନେ ଦିନରେ ସମୟ ପାଉନାହାନ୍ତି,ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ। ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାରମାନେ ଅଧିକ ଉପକୃତ ହେବେ। ଲୋକମାନେ ହରିଣ, ବାରହା ଓ ହାତୀ ସମେତ ରାତ୍ରିଚର ପ୍ରାଣୀମାନଙ୍କୁ ଦେଖିପାରିବେ। ଶ୍ରୀ ନନ୍ଦ କହିଛନ୍ତି, ଭରତପୁର ଓ ଗୋଡ଼ିବାରି ଗେଟ୍ରୁ ପ୍ରତିଦିନ ଦିନ ବେଳା ସଫାରୀ ହେଉଛି। ପ୍ରତି ଘଣ୍ଟାରେ ସଫାରୀ ଗାଡ଼ି ବାହାରୁଛି। ଏଣିକି ଭରତପୁର ପାର୍ଶ୍ୱରୁ ସନ୍ଧ୍ୟାରେ ପ୍ରତି ଘଣ୍ଟାରେ ଦୁଇଟି ଲେଖାଏଁ ଗାଡ଼ି ବାହାରିବ। ପର୍ଯ୍ୟଟକମାନେ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସଫାରୀର ମଜା ନେଇପାରିବେ। ରାତି ସାଢ଼େ ୯ଟାରୁ ସଫାରୀ ବନ୍ଦ ରହିବ | ତାପରଦିନ ସକାଳ ସାଢ଼େ ୯ଟା ରୁ ପୁଣି ସଫରି ଆରମ୍ଭ ହେବ |






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….