ରିପୋର୍ଟ କାର୍ଡ / ସୁନ୍ଦରଗଡ
ଆଜି ବି ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍ ଜାରି ରହିଛି। ତିନି ଦିନ ହେଲା ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢଉ ଚାଲିଛି। ରାଜ୍ୟ ଭିତରେ ଏବଂ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ରେଡ୍ କରାଯାଉଛି। ରାଉରକେଲାରେ ୭ଟି , ସୁନ୍ଦରଗଡରେ ୨ଟି ସ୍ଥାନ ଏବଂ ରାଜଗାଙ୍ଗପୁରରେ ମଧ୍ୟ ଗୋଟିଏ ସ୍ଥାନରେ ରେଡ୍ ଚାଲିଛି। ରାଜ୍ୟ ବାହାରେ ଛତିଶଗଡ , କୋଲକାତା ଓ ମହାରାଷ୍ଟ୍ର , ଛତିଶଗଡର ରାୟଗଡ ଏବଂ ରାୟପୁରରେ ଯାଞ୍ଚ କରାଯାଉଛି। ଘନଶ୍ୟାମଙ୍କ ସମ୍ପର୍କୀୟ ନନ୍ଦକିଶୋର ଅଗ୍ରୱାଲଙ୍କ ଘରେ , ବ୍ୟବସାୟୀଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଥିବା ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ ଚଢଉ କରାଯାଉଛି। ଏଯାଏଁ ଅଢେଇ କୋଟି ଟଙ୍କା ଓ ୩ କେଜି ସୁନା ଅଳଙ୍କାର ମିଳିଥିବା ସୂଚନା ମିଳିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..