Report Card Odisha

| Daily Odia News

ଆୟ ବୃଦ୍ଧି ହେବ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ରବିବାର ଓ ସୋମବାର ଅସୁସ୍ଥତା ଦେଖାଦେବ। ମାନସିକ ଅବସାଦ ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ କିଛିଟା ପରିବର୍ତ୍ତନ ଆସିବ। ବ୍ୟବସାୟରେ ଲାଭବାନ ହେବେ। ପୈତୃକ ସମ୍ପତ୍ତି ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ବାକ୍‌ ସଂଯମତା ରକ୍ଷା କରନ୍ତୁ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନାଷ୍ଟକ ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟକୁ ସାରିବା ପାଇଁ ଚେଷ୍ଟା କରିବେ। ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠା ଲାଭ କରିବେ। ସମ୍ମାନିତ ହେବେ। ମହିଳା ଓ ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ପ୍ରାପ୍ତି ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ କନକ ଧାରା ସ୍ତୋତ୍ର ପାଠ କରନ୍ତୁ।

ମିଥୁନ: ରବିବାର ଓ ସୋମବାର ପ୍ରଗତିଶୀଳ ହେବେ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଭ୍ରମଣପ୍ରିୟ ହେବେ। ବନ୍ଧୁ ସହ ସମୟ ବିତିବ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆର୍ଥିକ ଅନଟନ ଦୂରୀଭୁତ ହେବ। ପ୍ରେମରେ ସଫଳତା ଲାଭ ହେବ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତି ହେବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତିହେବ। ଶୁକ୍ରବାର ଓ ଶନିବାର ନୂତନ କାର୍ଯ୍ୟରେ ଯୋଗଦେବେ। ପିଲାମାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାର ଓ ସୋମବାର ଭାବିଚିନ୍ତି କାର୍ଯ୍ୟ କରିବେ। ସାମାନ୍ୟତ୍ରୁଟି ହେତୁ ଅସୁବିଧାରେ ପଡ଼ିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।

କନ୍ୟା: ରବିବାର ଓ ସୋମବାର ପାରିବାରିକ ଶାନ୍ତି ଲାଭ କରିବେ। ବନ୍ଧୁଙ୍କ ସହଯୋଗ ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ମାଲିମକଦ୍ଦମାରେ ପରାସ୍ତ ହେବେ। ଶତ୍ରୁଦ୍ବାରା ପରାଜିତ ହେବେ। ଶୁକ୍ରବାର ଓ ଶନିବାର କର୍ମ ଅନୁସା​ରେ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀଙ୍କୁ ମଧ୍ୟମଫଳ ପ୍ରାପ୍ତି ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ।

ତୁଳା: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ମଧ୍ୟମଫଳ ପ୍ରାପ୍ତି ହେବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସଫଳତା ପାଇବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ସାମାନ୍ୟ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।

ବିଛା: ରବିବାର ଓ ସୋମବାର ଆନନ୍ଦରେ ସମୟ କାଟିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ଉନ୍ନତି ରହିବ। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ନୂତନ ଦ୍ରବ୍ୟ କ୍ରୟ କରିବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ଧନୁ: ରବିବାର ଓ ସୋମବାର ସାବଧାନତା ଅବଲମ୍ବନ କରନ୍ତୁ। ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମସ୍ୟା ସମାଧାନ ପାଇଁ ବ୍ରତୀ ହେବେ। ପାରିବାରିକ ଶାନ୍ତି ଲାଭ ହେବ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ କାର୍ଯ୍ୟର ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।

ମକର: ରବିବାର ଓ ସୋମବାର ମନନଶୀଳ ହେବେ। ମାଲିମକଦ୍ଦମାରେ ବିଜୟୀ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯାନବାହନଜନିତ ସମସ୍ୟା ଦେଖାଦେବ। ପ୍ରଗତିରେ ପଥରୋଧ ହେବ। ଶୁକ୍ରବାର ଓ ଶନିବାର କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ପଦୋନ୍ନତି ପାଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ଠକାମିରେ ପଡ଼ିପାରନ୍ତି। ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡ଼ିପାରନ୍ତି। ଶତ୍ରୁଦ୍ବାରା ପରାଭୂତ ହେ​‌େ​‌ବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠକରନ୍ତୁ।

ମୀନ: ରବିବାର ଓ ସୋମବାର ନୂତନ ନିଯୁକ୍ତି ମିଳିପାରେ। ବ୍ୟବସାୟରେ ଲାଭବାନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ଅସୁସ୍ଥତା ରହିବ। ଶୁକ୍ରବାର ଓ ଶନିବାର ଯାତ୍ରା ଅନୁକୂଳ ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶ୍ରୀ ଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ଓ ଗୀତା ପୁସ୍ତକ ଦାନ କରନ୍ତୁ।

 

Breaking News