ରିପୋର୍ଟ କାର୍ଡ / ଗଜପତି
ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି | ଏହାକୁ ନେଇ କଂଗ୍ରେସ ଆଜି ପାଣ୍ଡିଆନଙ୍କ ବିରୁଦ୍ଧରେ ମାମଲା ସହ ଗିରଫ ଦାବି କରିଛି । ଏହାସହିତ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି । ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ନିଜ ଏକ୍ସ ରେ ଟ୍ୱିଟ୍ କରି କହିଛନ୍ତି ଯେ, ଗଜପତି ଜିଲ୍ଲା ପରିସଲ ଗାଁର ସରସ ଆନନ୍ଦଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ସେ ସମବେଦନା ପ୍ରକଟ କରିବା ସହ ସରକାର ତୁରନ୍ତ ଏକ କୋଟି ଟଙ୍କାର ସହାୟତା ଘୋଷଣା ପାଇଁ ସେ ଦାବି କରିଛନ୍ତି । ଦୁର୍ଘଟଣା ଘଟାଇ ଭିକେ ପାଣ୍ଡିଆନ ଘଟଣା ସ୍ଥଳରୁ ପଳାଇ ଆସିବା କାପୁରୁଷତା ଓ ଅମାନବୀୟତାର ନିଦର୍ଶନ । ତାଙ୍କ ବିରୁଦ୍ଧରେ ମକଦ୍ଦମା ହେବା ଉଚିତ୍ ବୋଲି କହିବା ସହ ତାଙ୍କର ଗିରଫ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ, ପାଣ୍ଡିଆନ ମଙ୍ଗଳବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରୁ ଫେରିବା ବାଟରେ ମୋହନା ରାମଗିରିସ୍ଥିତ ପରିସଲ ଗାଁଠାରେ ବିଶ୍ରାମ ଘର ନିକଟରେ ଛିଡ଼ା ହୋଇଥିବା ସରସ ଆନନ୍ଦଙ୍କୁ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..