ରିପୋର୍ଟ କାର୍ଡ / ଆଠଗଡ
ଦଶମ ଶ୍ରେଣୀ ଛାତ୍ରଙ୍କ ଗଳା କାଟି ଦୁର୍ବୃତ୍ତ ଫେରାର୍ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ କୁଲେଇଲୋ ଗାଁରେ। ଉକ୍ତ ଛାତ୍ର ଜଣଙ୍କ ବିସ୍କୁଟ ପାଇଁ ଦୋକାନକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି। ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଛୁରିରେ ଗଳା କାଟି ଫେରାର ହୋଇ ଯାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଛାତ୍ରଙ୍କ ପରିବାର ଥାନାରେ ଏନେଇ ଏତଲା ଦେଇଛନ୍ତି। ଛାତ୍ରଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କେଉଁ କାରଣରୁ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି ତାହା ମଧ୍ୟ ଜଣାପଡି ନାହିଁ।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..