ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ଏଫ୍ଆଇଏଚ୍ ପୁରୁଷ ଓ ମହିଳା ପ୍ରୋ -ଲିଗ୍ ହକି ୨୦୨୩-୨୪ ମ୍ୟାଚ। ଶନିବାର କଳିଙ୍ଗ ଷ୍ଟାଡ଼ିୟମରେ ମହିଳା ବର୍ଗର ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୫ଟା ୩୦ରେ ପ୍ରଥମ ମ୍ୟାଚରେ ଆମେରିକା- ନେଦରଲାଣ୍ଡକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ ଘରୋଇ ଭାରତ-ଚୀନ୍କୁ ଭେଟିବ। ସବିତା ପୁନିଆଙ୍କ ନେତୃତ୍ବାଧିନ ଭାରତୀୟ ଦଳ ନିକଟରେ ରାଞ୍ଚିରେ ଆୟୋଜିତ ଏଫ୍ଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏପରିକି ଦଳ ପ୍ୟାରିସ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲରେ ମଧ୍ୟ ବିଫଳ ହୋଇଥିଲା। ଉକ୍ତ ବିଫଳତାକୁ ଭୁଲି ଦଳ ଏବେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଉପରେ ଗୁରୁତ୍ବ ଦେଇଛି। ୨୦୨୨ ସ୍ପେନରେ ଆୟୋଜିତ ନେସନ୍ସ କପରେ ସ୍ବର୍ଣ୍ଣ ପଦକ ଜିତିବା ସହ ଭାରତ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ୨୦୨୩-୨୪ ଲାଗି ଯୋଗ୍ୟତା ହାସଲ କରିଥିଲା। ଭାରତ ୨୦୨୧-୨୨ ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ହକିରେ ପ୍ରଥମ ଥର ଅଂଶଗ୍ରହଣ କରି ତୃ୍ତୀୟ ସ୍ଥାନ ହାସଲ କରିଥିଲା। ସୂଚନାଯୋଗ୍ୟ, ଏଫ୍ଆଇଏଚ ପ୍ରୋ-ଲିଗ୍ ହକି ୨୦୨୩-୨୪ ପୁରୁଷ ଓ ମହିଳା ବିଭାଗରେ ୨୦ଟି ଲେଖାଏଁ ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….