Report Card Odisha

| Daily Odia News

ମାଆ ର ଜୀବନ ନେଇଗଲା ନାବାଳକ ପୁଅ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସକାଳେ ନାବାଳକଜଣକ ସ୍କୁଲ ଯିବାକୁ ତରତର ହେଉଥିବା ବେଳେ ମା’ଙ୍କୁ ଜଳଖିଆ ଖାଇବାକୁ ଦେବାକୁ ମାଗିଲେ। ମାତ୍ର ମା’ ଖାଇବାକୁ ଦେବାକୁ ମନା କରିଦେଲେ। ଏଥିରେ ଉତ୍‌କ୍ଷିପ୍ତ ନାବାଳକଜଣକ ଏକ ଠେଙ୍ଗା ସାହାଯ୍ୟରେ ମା’ଙ୍କ ମୁଣ୍ଡକୁ ପିଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକାର ମୂଲବାଗଲ ଅଞ୍ଚଳରେ ଘଟିଛି। ଏହି ଘଟଣାରେ ନାବାଳକଙ୍କୁ ବାନ୍ଧିଛି ପୋଲିସ । ନାବାଳକଜଣକ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସେ ସ୍କୁଲ ଯିବାକୁ ରେଡ୍ଡି ହେଉଥିଲେ। ଉକ୍ତ ସମୟରେ ସେ ବ୍ୟସ୍ତ ଥିବା ବେଳେ ଖାଇବାକୁ ଦେବାକୁ ମା’ଙ୍କୁ କହିଥିଲେ। ମାତ୍ର ମା’ ଖାଇବାକୁ ଦେବାକୁ ମନା କରିବା ସହ ତୁ ମୋ’ ପୁଅ ନୁହେଁ ବୋଲି ବି କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ନାବାଳକଜଣକ ଘରେ ପଡ଼ିଥିବା ଏକ ଠେଙ୍ଗା ସାହାଯ୍ୟରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ମା ହିଁ ଟଳି ପଡ଼ିଥିଲେ। ଏହାପରେ ନାବାଳକଜଣକ ନିକଟସ୍ଥ ଥାନାକୁ ଯାଇ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲା।

Breaking News