ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶ ହରଦାରେ ଏକ ବେଆଇନ୍ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୫ ଜଣ ଗୁରୁତର ହୋଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୋମେଶ ଅଗ୍ରୱାଲ ଓ ରଫିକ ଖାନ । ଏହି ଭୟଙ୍କର ଦୁର୍ଘଟଣା ପରେ ୩ ଅଭିଯୁକ୍ତ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ସେମାନଙ୍କୁ ରାଜଗଡ଼ ଜିଲ୍ଲାର ସାରଙ୍ଗପୁରରୁ ଗିରଫ କରାଯାଇଛି। ସାରଙ୍ଗପୁର ଏସଡିପିଓ ଅରବିନ୍ଦ ସିଂଙ୍କ କହିବାନୁଯାୟୀ, ମଧ୍ୟପ୍ରଦେଶର – ଉତ୍ତରପ୍ରଦେଶ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗତକାଲି ରାତି ୯ଟାରେ ରାଜେଶ ଅଗ୍ରୱାଲ, ସୋମେଶ ଅଗ୍ରୱାଲ ଓ ରଫିକ ଖାନଙ୍କୁ ଗତକାଲି ଗିରଫ କରାଯାଇଛି। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ହରଦା ପଠାଯାଇଛି। ଗତକାଲି ହରଦାରେ ବେଆଇନ୍ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୫ ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଠାରେ କାମ କରୁଥିବା ଲୋକଙ୍କ ମୃତଦେହ ଚାରିଆଡେ ଖଣ୍ଡ ବିଖଣ୍ଡିତ ହୋଇ ବହୁ ଦୂର ଯାଏ ବିଛାଡି ହୋଇ ପଡିଥିଲା। କେଉଁଠି କାହାର କଟା ହାତ ପଡିଥିଲା ତ ଆଉ କେଉଁଠି କାହାର କଟା ଗୋଡ ପଡ଼ିଥିଲା। ସେହିପରି ନିଆଁରେ ପୋଡି ଗୁରୁତର ହୋଇଥିବା ୧୭୫ ଜଣଙ୍କୁ ତୁରନ୍ତୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।






More Stories
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ…..
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..