ରିପୋର୍ଟ କାର୍ଡ / କଟକ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଥିଲେ। ୧୯୬୩ ଜାନୁୟାରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ, ୧୯୯୦ ଜାନୁୟାରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଅକ୍ଟୋବର ୩ରୁ ଓଡ଼ିଶା ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ନିଯୁକ୍ତି ଦେବା ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ। ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ୨୦୨୫ ଜାନୁଆରୀ ମାସରେ ଅବସର ନେବେ।






More Stories
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..