ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ଆସନ୍ତା ଲୋକସଭା ନିର୍ବାଚନରେ ମେଣ୍ଟ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ସହ ଆଲୋଚନା କରିଥିବା ଜଣାଯାଇଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଉତ୍ତରପ୍ରଦେଶର ଚାରିଟି ଲୋକସଭା ଆସନ କୁ ଆରଏଲଡିକୁ ଅଫର୍ କରିଛି ବିଜେପି।ସୂତ୍ର ଏହା ମଧ୍ୟ କହିଛି ଯେ ଜୟନ୍ତ ଚୌଧୁରୀ ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ସାକ୍ଷାତ କରି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୋଇଛନ୍ତି। ମତଦାନର ଦୁଇ ମାସ ପୂର୍ବରୁ ଏହି ଦୁଇ ଦଳ ହାତ ମିଳାଇବାକୁ ଚିନ୍ତା କରିପାରନ୍ତି। କେବଳ ସେତିକି ନୁହେଁ, ରାଜ ଠାକ୍ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ବି ନିର୍ବାଚନ ପୂର୍ବରୁ ବିଜେପି ସହ ହାତ ମିଳାଇପାରେ ବୋଲି ଅନୁମାନ କରାଯାଉଛି। ଖବର ମିଳିଛି ଯେ ଏମ୍ଏନ୍ଏସ୍ର ନେତା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ତାଙ୍କ ଅଫିସ୍ରେ ଭେଟିଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……