ରିପୋର୍ଟ କାର୍ଡ / ସୁନ୍ଦରଗଡ
ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କହିଛନ୍ତି ‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଓଡିଶା ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି। ’ ରାହୁଲ ଗାନ୍ଧି ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ। ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ରାହୁଲ ଗାନ୍ଧି ବାହାରି ସିଧାସଳଖ ଉଦିତନଗର ଛକକୁ ଯାଇଥିଲେ। ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ। କହିଲେ, ଓଡ଼ିଶାରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ସରକାର ପାର୍ଟନରସିପ୍ରେ ଚାଲିଛି। ସେମାନେ ଏକସଙ୍ଗେ ଅଛନ୍ତି। ପାର୍ଲାମେଣ୍ଟରେ ଏହାର ଝଲକ ଦେଖିବାକୁ ମିଳୁଛି। ମୋଦିଙ୍କ କହିବା ମୁତାବକ ବିଜେଡି ନେତା ଆମକୁ ହଇରାଣ କରିବାକୁ ପଛାନ୍ତି ନାହିଁ। ତେଣୁ ଓଡ଼ିଶାରେ ବିଜେପି ଓ ବିଜେଡି ସରକାର ପାର୍ଟନରସିପ୍ରେ ଚାଲିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..