ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଖାଦ୍ୟରେ ଅସରପା ବାହାରିଛି | ଉକ୍ତ ଯାତ୍ରୀ ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଯାତ୍ରା ସମୟରେ ଟ୍ରେନରେ ମିଳିଥିବା ଖାଦ୍ୟରେ ମଲା ଅସରପା ପଡ଼ିଥିବାର ଫଟୋ ସେୟାର କରିଛନ୍ତି। ସେ ଏହି ଟୁଇଟକୁ ଆଇଆରସିଟିସି, ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ ବି କରିଛନ୍ତି। ପୋଷ୍ଟ ସେୟାର କରି ଯାତ୍ରୀ କହିଛନ୍ତି, ‘ମୁଁ ୨୦୨୪ ଫେବ୍ରୁଆରି ୧ ତାରିଖରେ ଟ୍ରେନ ନମ୍ବର ୨୦୧୭୩ରେ ଜେବିପି ଯାଉଥିଲି। ଏହି ସମୟରେ ମୋତେ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ମୁଁ ତାହାକୁ ଖୋଲି ଖାଇବାକୁ ଯାଉଥିବା ବେଳେ ସେଥିରୁ ମଲା ଅସରପା ବାହାରିଥିଲା।’ ଆଇଆରସିଟିସି ଯାତ୍ରୀଙ୍କ ଏହି ପୋଷ୍ଟର ପ୍ରତିକ୍ରିୟା ଦେଇ କହିଛି, ‘ଯାତ୍ରା ସମୟରେ ଆପଣଙ୍କ ସହିତ ଘଟିଥିବା ଏହି ଘଟଣା ପାଇଁ ଆମେ ଦୁଃଖୀତ। ଏହାକୁ ଆମେ ଗମ୍ଭୀରତା ସହ ନେବୁ। ଏଥିସହିତ ସେବା ପ୍ରଦାନ କରିଥିବା ସଂସ୍ଥା ଉପରେ ଜରିମାନା ବି ଲାଗୁ କରିବୁ।’






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..