ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ, ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଏବେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏହାସହ ସଚିନ ପାଇଲଟ୍ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଏହି କାର୍ଯ୍ୟକ୍ରମ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇନାହିଁ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଜାତୀୟ ସ୍ତରର ନେତା ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ। ଏପରିକି ରାହୁଲ ଗାନ୍ଧୀ ମଧ୍ୟ ଏକାଧିର ବାର ଓଡ଼ିଶାକୁ ପ୍ରଚାର ପାଇଁ ଆସିବାର କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।ବିଧାନସଭା ପାଇଁ ପ୍ରାୟ ୩ହଜାର ଓ ସଂସଦୀୟ କ୍ଷେତ୍ର ପାଇଁ ୭ଶହରୁ ଅଧିକ ଆଶୟୀ ପ୍ରୋଜେକ୍ଟ ‘ପ୍ରଗମନ’ ଜରିଆରେ ଆବେଦନ କରିଛନ୍ତି। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ହୋଇଥିବା ପ୍ରାର୍ଥୀଙ୍କ ଯାଞ୍ଚ ଜାରି ରହିଛି। ଦିଲ୍ଲୀରୁ ଆସିଥିବା ଟିମ୍ ଦୁଇଦିନ ଧରି ଯାଞ୍ଚ ପରେ ୧୪ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହେବ। ସେହିପରି ଆସନ୍ତା ୧୯ ତାରିଖରେ ରାଜ୍ୟ କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। କମିଟି ଚୟନ କରିଥିବା ନାମକୁ ସ୍କ୍ରିନିଂ କମିଟିକୁ ପଠାଯିବ ବୋଲି ଜଣାପଡ଼ିଛି।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..