ରିପୋର୍ଟ କାର୍ଡ / କଟକ
ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ‘ଚନ୍ଦନ’ ନାମକ ଯାତ୍ରୀବାହୀ ବସ୍ କଟକରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋପାଳପୁର ଓଭରବ୍ରିଜ୍ ଅତିକ୍ରମ କରିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏନଏଚ୍ ୧୬ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଚନ୍ଦନ ବସ୍ରେ ୪୦ରୁ ଅଧିକ ଲୋକ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଆହତଙ୍କମାନଙ୍କୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି| ମିଳିଥିବା ସୂଚନା ଅନୁସାରେ- ବସ୍ଟି ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାଇକେଲ ଆରୋହୀ ହଠାତ୍ ବସ୍ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଏହାପରେ ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଚନ୍ଦନ ବସ୍ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ହିଁ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ ବସ୍ ମଧ୍ୟରୁ ମହିଳା ଓ ପୁରୁଷ ଯାତ୍ରୀମାନଙ୍କୁ ବଡ଼ ଅଘଟଣ ଘଟିବା ପୂର୍ବରୁ ଉଦ୍ଧାର କରି ନେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ |






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……