ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ପାଇଁ ଆଜି ଅଶ୍ବିନୀ ବୈଷ୍ଣବ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଆଜି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ। ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଶ୍ରୀ ବୈଷ୍ଣବ ବିଜେପି ବିଧାୟକ ଏବଂ ବରିଷ୍ଠ ନେତାଙ୍କ ଗହଣରେ ବିଧାନସଭାରେ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଦଳର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଶ୍ରୀ ବୈଷ୍ଣବଙ୍କ ପ୍ରସ୍ତାବକ ହେବେ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ବିଧାନସଭାରେ ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ଦଳପକ୍ଷରୁ ହ୍ବିପ ଜାରି ହୋଇଛି।






More Stories
୨ରୁ ଯୁକ୍ତ ଦୁଇ ଖାତାଦେଖା…..
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..