Report Card Odisha

| Daily Odia News

ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ସାଧାରଣ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ନେଇ ଆଜି ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଅଧିକାରୀମାନଙ୍କ ଏକ ଟିମ୍ ମଧ୍ୟ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ୧୬ ତାରିଖରେ ନିର୍ବାଚନ କମିଶନର ବିଭିନ୍ନ ଜାତୀୟ ଏବଂ ଆଂଚଳିକ ରାଜନୈତିକ ଦଳ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରଦିନ ଅର୍ଥାତ୍ ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି ସହ ନିର୍ବାଚନ ବାବଦରେ ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ଟିମ୍।

Breaking News