ରିପୋର୍ଟ କାର୍ଡ / ଭଦ୍ରକ
ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରାଯାଇଛି। ଆଜି ସକାଳେ ବିଧାୟକଙ୍କର ଭଦ୍ରକ ନୂଆବଜାର ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି। ସେହପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଛି | ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୬ ଟି ସ୍ଥାନରେ ଇଡି ରେଡ୍ କରିଥିବା ସୂଚନା ରହିଛି। ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି। ୭ରୁ ୮ବର୍ଷ ତଳେ ବରପଦା ଇଞ୍ଜିନିୟରିଂ କଲେଜରେ କୋଟିକୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହାସହ ବରପଦା ଇଞ୍ଜିନିୟରିଂ କଲେଜରେ ୨୦ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। କର୍ମଚାରୀଙ୍କୁ ଦୀର୍ଘ ଦିନ ହେଲା ଦରମା ମିଳୁନଥିଲା। ଏନେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ ଓ ଭଦ୍ରକ ବନ୍ଦ ଡାକରା ଦେଇଥିଲେ। ସେହି ସମୟରେ ବରପଦା କଲେଜର ଚେୟାରମ୍ୟାନ ବିଜେଡି ବିଧାୟକଙ୍କ ପୁଅ ଥିଲେ। ଏହି ଲିଙ୍କରେ ଆଜି ବିଜେଡି ବିଧାୟକଙ୍କ ଘରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……