Report Card Odisha

| Daily Odia News

ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଶେହବାଜ ସରିଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ପାକିସ୍ତାନ ନିର୍ବାଚନ ପରେ ଦୁଇ ପ୍ରମୁଖ ରାଜନୈତିକ ଦଳ ନୱାଜ ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ଏବଂ ବିଲାଵାଲ୍ ଭୁଟ୍ଟୋ-ଜର୍ଦାରୀଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମିଳିତ ଭାବେ ଦେଶକୁ ଶାସନ କରିବା ପାଇଁ ମେଣ୍ଟ ଘୋଷଣା କରିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ସର୍ବାଧିକ ଆସନ ହାସଲ କରିବା ସତ୍ତ୍ୱେ ଇମ୍ରାନ୍ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ଥିବାରୁ ପିଏମ୍ଏଲ୍-ଏନ୍ ଓ ପିପିପି ସରକାର ଗଠନ ପାଇଁ ମେଳି କରିବାକୁ ମୌକା ପାଇଛନ୍ତି। ତେବେ ଏହି ମେଣ୍ଟର ନେତୃତ୍ୱ, ଗୁରୁତ୍ୱପୂର୍ଣ୍ଣ ଭୂମିକା ବଣ୍ଟନ ଏବଂ ସେମାନଙ୍କ ଭାଗୀଦାରିକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପିପିପି ପକ୍ଷରୁ ଆଜି କୁହାଯାଇଛି ଯେ ମେଣ୍ଟ ସରକାର ଗଠନରେ ସହଯୋଗ କରିବାକୁ ପିଟିଆଇକୁ ମଧ୍ୟ ଅନୁରୋଧ କରାଯାଇଥିଲା। ତେବେ ପିଟିଆଇ ସହଯୋଗ କରିବାକୁ ମନା କରିବାରୁ ପିପିପି ପିଏମ୍‌ଏଲ୍‌-ଏନ୍‌ର ଆମନ୍ତ୍ରଣକୁ ଗ୍ରହଣ କରିଛି।

Breaking News